ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ'

ଭୁବନେଶ୍ୱର: ଆଜି ଭୁବନେଶ୍ବର ଏକାମ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ' ଅନୁଷ୍ଠିତ ହୋଇଛି। ପୁନାମା ଗେଟରୁ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ' ଆରମ୍ଭ ହୋଇଥିଲା। ରୋଡ୍ ସୋ' ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ରୋଡ୍ ସୋ' ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ ଦେଇ କହିଛନ୍ତି ଯେ ଆପଣଙ୍କୁ ଆଉ ବିଜୁଳି ବିଲ୍ ଦେବାକୁ ପଡ଼ିବନି, ଖୁସି ତ?