ଖୋର୍ଦ୍ଧା ଜିଲ୍ଲାରେ ହିଂସାମୁକ୍ତ ନିର୍ବାଚନ ଉପରେ ଦିଆଯାଉଛି ଗୁରୁତ୍ଵ: ଜିଲ୍ଲାପାଳ

May 21, 2024 - 20:30
 9
ଖୋର୍ଦ୍ଧା ଜିଲ୍ଲାରେ ହିଂସାମୁକ୍ତ ନିର୍ବାଚନ ଉପରେ ଦିଆଯାଉଛି ଗୁରୁତ୍ଵ: ଜିଲ୍ଲାପାଳ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ହିଂସାମୁକ୍ତ ନିର୍ବାଚନ ଉପରେ ଗୁରୁତ୍ଵ ଦିଆଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା। ନିର୍ବାଚନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ ସୁରକ୍ଷା ଦୃଷ୍ଟିରୁ ୧୦ କମ୍ପାନୀ ସି ଏ ପି ଏଫ୍ ମୁତୟନ ଅଛନ୍ତି। ଅତିରିକ୍ତ ୧୨ କମ୍ପାନୀ ମୁତୟନ କରାଯିବ। ଜିଲ୍ଲାର ପ୍ରତି ବୁଥ୍ ରେ ରହିବେ ସ୍ବାସ୍ଥ୍ୟ କର୍ମୀ। ସେ କହିଛନ୍ତି ଯେ ଫେକ୍ ନିଉଜ୍ ଉପରେ ରୋକ୍ ଲଗାଇବା ପାଇଁ ମୁଦ୍ରିତ, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମ ଉପରେ ନଜର ରଖାଯାଇଛି। ଏହାକୁ ଆହୁରି ଜୋରଦାର କରାଯିବ।