ମହଳୟା ରେ ବାପା ଓ ମା ଙ୍କ ପ୍ରତି ଶ୍ରଦ୍ଧା ଭାବ ରଖି ସମସ୍ତ ଜନସାଧାରଣ ଙ୍କୁ ପିତୃପକ୍ଷ ଶ୍ରାଦ୍ଧ କରିବାକୁ ଆଦିଶକ୍ତି ଟ୍ରଷ୍ଟର ଅନୁରୋଧ
ଭୁବନେଶ୍ୱର: ମନୁଷ୍ଯ ପାଇଁ ଦେବଋଣ, ଋଷିଋଣ ଓ ପିତୃଋଣ ପରିଶୋଧ କରିବାକୁ ହୁଏ। ଏହି ପକ୍ଷ ପିତୃଋଣ ପରିଶୋଧର ସୁଯୋଗ ଥାଏ। ଏଥିରେ ବିଶେଷ ଖର୍ଚ୍ଚନାହିଁ । ନିୟମରେ ରହି ପ୍ରତିଦିନ ତର୍ପଣ କରିବ ଓ ପୁତ୍ର ନିଜର ପିତା ମାତାଙ୍କ ମୃତ୍ଯୁ ତିଥି ଏହି ପକ୍ଷର ଯେଉଁ ଦିନ ପଡିବ ସେଦିନ ଶ୍ରାଦ୍ଧ କରି ବ୍ରାହ୍ମଣ ଭୋଜନ ଦେବ। ପୁତ୍ର ନଥିଲେ ସ୍ତ୍ରୀ ମଧ୍ଯ ସ୍ବାମୀ ପାଇଁ ଦେଇ ପାରିବ। ଏହି ବିଷୟରେ ଅଧିକ ତଥ୍ଯ ନିଜ ନିଜ ପୁରୋହିତଙ୍କ ଠାରୁ ପାଇ ପାରିବ। ମନ୍ତ୍ର ଆଦି ଜ୍ଞାନ ନଥିଲେ ପାଣି ଅଞ୍ଜଳି ଦେଇ ତର୍ପଣ କରିବ। ମା ଆଦିଶକ୍ତି ଟ୍ରଷ୍ଟ ପକ୍ଷରୁ ୧୪.୧୦.୨୩ ରେ ମହଳୟା ପିତୃପକ୍ଷ ଶ୍ରାଦ୍ଧ ବିନ୍ଦୁସାଗର ଭୁବନେଶ୍ଵର ଠାରେ ଅନୁଷ୍ଠିତ କରାଯିବ। ମହଳୟା ରେ ବାପା ଓ ମା ଙ୍କ ପ୍ରତି ଶ୍ରଦ୍ଧା ଭାବ ରଖି ସମସ୍ତ ଜନସାଧାରଣ ଙ୍କୁ ପିତୃପକ୍ଷ ଶ୍ରାଦ୍ଧ କରିବାକୁ ଅନୁରୋଧ କରାଯିବ। ଏହାର ସମସ୍ତ ବ୍ୟବସ୍ଥା ବିନ୍ଦୁସାଗର ଭୁବନେଶ୍ବର ଠାରେ କରାଯିବ। ଏହି କାର୍ଯ୍ୟକ୍ରମ ରେ ଆପଣ ମାନେ ବହୁ ସଂଖ୍ୟାରେ ଯୋଗ ଦେବାକୁ ବିଶେଷ ଅନୁରୋଧ।