ସହିଦ ଓଡ଼ିଆ ଯବାନ ସରୋଜ ଦାସଙ୍କୁ ଗାର୍ଡ ଅଫ ଅନର୍
ଭୁବନେଶ୍ୱର: ସିକ୍କିମ ପ୍ରଳୟଂକାରୀ ବନ୍ୟାରେ ସହିଦ ହୋଇଥବା ଓଡ଼ିଆ ଯବାନ ସରୋଜ ଦାସଙ୍କୁ ଆଜି ଗାର୍ଡ ଅଫ ଅନର୍ ଦିଆଯାଇଛି । ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସିକ୍କିମ ବନ୍ୟାରେ ୨୩ ଜଣ ଯବାନ ଭାସି ଯାଇଥିଲେ। ତାଙ୍କ ମଧ୍ୟରେ ଥିଲେ ସରୋଜ। ଏହା ପରେ ସରୋଜଙ୍କ ପାର୍ଥିବ ଶରୀରକୁ ତାଙ୍କ ପୈତୃକ ଗାଁ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢିପ ନିଆଯାଇଥିଲା।