ଓଡ଼ିଶାରେ ବନ୍ୟା ସ୍ଥିତି ନାହିଁ: ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ସ୍ଥିତି ନାହିଁ ବୋଲି କହିଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି। ମହାନ୍ତି ସୂଚନା ଦେଇଛନ୍ତି ଯେ ଗଞ୍ଜାମ, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ପ୍ରଚୁର ବର୍ଷା ହୋଇଛି। ଗତକାଲି ସୁଦ୍ଧା ଜଳଭଣ୍ଡାର ସ୍ଥିତି ଠିକ୍ ନଥିଲା, ଏବେ ସ୍ଥିତି ଭଲ ଅଛି। ପାହାଡ଼ିଆ ଅଞ୍ଚଳରେ ଫ୍ଲାସ ଫ୍ଲଡ୍ ହୋଇଛି। ମାଲକାନଗିରିରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଥିବାରୁ ରାସ୍ତା ବୁଡ଼ିଛି। ହୀରାକୁଦ ଜଳଭଣ୍ଡାର ସ୍ଥିତି ଭଲ ନାହିଁ। ଗତବର୍ଷ ତୁଳନାରେ ୧୧ ଫୁଟ୍ ତଳେ ଜଳ। ଆଗାମୀ ୨ ଦିନରେ ହେବାକୁ ଥିବା ବର୍ଷାରେ ଜଳଭଣ୍ଡାର ସ୍ଥିତି ଭଲ ହେବ। ଜୁନ୍ ୧ତାରିଖରୁ ଫ୍ଲଡ୍ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି।