୨୨ କିଲୋମିଟର ଚାଲିଲେ ହଷ୍ଟେଲ ଛାତ୍ର

ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଅଭିଯୋଗ ଶୁଣାଇବାକୁ ୨୨ କିଲୋମିଟର ଚାଲିଲେ ବାସିପିଠା ଉଚ୍ଚ ବିଦ୍ୟାଳୟର ଛାତ୍ର। ରାତି ୧୨ଟାରୁ ଚାଲିଚାଲି ଆଜି ସକାଳେ ବାରିପଦା ପହଁଚି ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ଅଭିଯୋଗ ଶୁଣାଇଲେ ଛାତ୍ର। ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା କହିଲେ ଛାତ୍ର। ପ୍ରତିବାଦ କରିବାରୁ ଅଶ୍ରବ୍ୟ ଭାଷାରେ ଗାଳି କରାଯାଉଥିବା ଅଭିଯୋଗ କଲେ ଛାତ୍ର। ଉପଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତଦନ୍ତ ପ୍ରତିଶ୍ରୁତି ପରେ ସ୍କୁଲ୍ ଫେରିଲେ ଛାତ୍ର।