ପୁରୀରେ ବେଆଇନ ବାଣ ଗୋଦାମରେ ଚଢ଼ାଉ
ପୁରୀ: ପୁରୀ ନବକଳେବର ରୋଡ କୁମ୍ଭାରପଡ଼ାରେ ଏକ ବେଆଇନ ବାଣ ଗୋଦାମ ଠାବ ହୋଇଛି। ବିପୁଳ ମାତ୍ରାରେ ବାଣ ଓ ବାରୁଦ ଜବତ କରିଛି ପୋଲିସ୍। ବାଣ ଜବତ କରି କୁମ୍ଭାରପଡ଼ା ପୋଲିସ ତଦନ୍ତ ଆରମ୍ଭ କରିଛି। ଏକ ଭଡ଼ା ଘରେ ଦୁଇ ବର୍ଷ ହେବ ଚାଲିଥିଲା ଏହି ଗୋଦାମ। ଗୋଦାମ ମାଲିକକୁ ଅଟକ ରଖିଛି ପୋଲିସ୍।