ଆରମ୍ଭ ହେଲା ହରିରାଜପୁର ପଞ୍ଚୁଦୋଳ ମେଲଣ
ଜଟଣୀ: ଆରମ୍ଭ ହେଲା ଖୋର୍ଦ୍ଧା ଜିଲ୍ଲା ଜଟଣୀ ଉପକଣ୍ଠରେ ଥିବା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଲଣ । ଗତକାଲି ଜମାଣ ଉତ୍ସବ ଧୁମ୍ ଧାମ୍ ର ସହିତ ଶେଷ ହୋଇଛି। ସୁସଜ୍ଜିତ ବିମାନରେ ଦର୍ଶନ ଦେଇଛନ୍ତି ପ୍ରଭୁ ଶ୍ରୀ ପଶ୍ଚିମ ଶମ୍ଭୁ ସୋମନାଥ। ପାରମ୍ପରିକ ବାଦ୍ୟ ଓ ନୃତ୍ୟ ସହିତ ବିରାଟ ପଟୁଆରାରେ ସୁସଜ୍ଜିତ ଦୋଳ ବିମାନରେ ବିରାଜମାନ କରି ଭକ୍ତଙ୍କ ମେଳରେ ଦୋଳ ବେଦୀକୁ ଯାତ୍ରା କରିଛନ୍ତି ପ୍ରଭୁ ଶ୍ରୀ ପଶ୍ଚିମ ଶମ୍ଭୁ ସୋମନାଥ ଦେବ। ମେଲଣ ଦେଖିବାକୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମାନ ଆୟୋଜନ କରାଯାଇଛି। ମାର୍ଚ୍ଚ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ମେଲଣ।