ଇପିଏଫ ପେନସନର୍ସ ସଂଘର ରାଜ୍ୟ ସମ୍ମିଳନୀ ଓ ପ୍ରତିଷ୍ଠା ଦିବସ ପାଳିତ

କଟକ : ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ସପ୍ତମ ପ୍ରତିଷ୍ଠା ଦିବସ ଓ ଦ୍ବିବାର୍ଷିକ ସମ୍ମିଳନୀ ପୁରୀ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଛି। ସଭାପତି ଇଂ.ବିଜୟ କୁମାର ଜେନାଙ୍କ ଅଧକ୍ଷତାରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ରାଜ୍ୟର ୩୦ଟି ଜିଲ୍ଲାରୁ ୨୦୦ରୁ ଉର୍ଦ୍ଧ ପ୍ରତିନିଧି ଯୋଗଦେଇଥିଲେ। ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଇପିଏଫ ପେନସନ ସଙ୍ଘର ସର୍ବଭାରତୀୟ କାର୍ଯ୍ୟକାରୀ ସଭାପତି ଭୀମରାଓ ଡୁଙ୍ଗରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଇପିଏଫ ପେନସନଭୋଗିଙ୍କର ବିଭିନ୍ନ ସମସ୍ୟା ବାବଦରେ ଏବଂ କେନ୍ଦ୍ର ସରକାରଙ୍କ ନକାରାତ୍ମକ ମନୋଭାବ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ ତଥା ସର୍ବ ଭାରତୀୟ ଉପ ସଭାପତି ଭାଗ୍ୟଧର ବ୍ରହ୍ମା ଆସୋସିଏସନର ବିଗତ ଦୁଇ ବର୍ଷର କାର୍ଯ୍ୟାବଳୀ ବାବଦରେ ବିଶଦ ବିବରଣୀ ପ୍ରଦାନ କରିଥିବା ବେଳେ କୋଷାଧକ୍ଷ କୃଷ୍ଣ ଚନ୍ଦ୍ର ସାହୁ ଆୟ ବ୍ୟୟର ହିସାବ ଉପସ୍ଥାପନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀମିଶ୍ର ପେନସନ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟା ବାବଦରେ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରି ସେସବୁର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ। ମୁଖ୍ୟ ଉପଦେଷ୍ଟା ରଞ୍ଜନ କୁମାର ଖୁଣ୍ଟିଆ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ,ନଟବର ଆଚାର୍ଯ୍ୟ,ମୁକ୍ତିକାନ୍ତ ମହାପାତ୍ର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ,ବିଷ୍ଣୁ ପ୍ରସାଦ ମହାନ୍ତି, ସରୋଜ କାନ୍ତ ମଲ୍ଲିକ,ବିକ୍ରମ ଛୋଟରାୟ,ସଚ୍ଚିଦାନନ୍ଦ ସାମନ୍ତରାୟ,ବିନୋଦ ବେହେରା, କୈଳାଶ ଚନ୍ଦ୍ର ସାହୁ,କଣ୍ଡୁରୀ ଚରଣ ସୁବୁଦ୍ଧି,ଅର୍ଚ୍ଚନା ପଟ୍ଟନାୟକ,ରମେଶ ଚନ୍ଦ୍ରଘଡେଇ,ଗୀତାଞ୍ଜଳି ପାତ୍ର ଓ ଉର୍ବଶୀ ମିଶ୍ର ଆଲୋଚନାରେ ଭାଗନେଇଥିଲେ।ପ୍ରକାଶ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।