ଆଦିଶକ୍ତି ଟ୍ରଷ୍ଟ ପକ୍ଷରୁ ଉଜ୍ଜଇନି ଗସ୍ତ ଅବସରରେରେ ଉତ୍କଳ ଦିବସ ପାଳନ

Apr 1, 2024 - 19:10
 7
ଆଦିଶକ୍ତି ଟ୍ରଷ୍ଟ ପକ୍ଷରୁ ଉଜ୍ଜଇନି ଗସ୍ତ ଅବସରରେରେ ଉତ୍କଳ ଦିବସ ପାଳନ

ଭୁବନେଶ୍ୱର: ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଉଜ୍ଜଇନି ଗସ୍ତ ଅବସରରେରେ ଉତ୍କଳ ଦିବସ ପାଳନ କରାଯାଇଛି । ଓଡ଼ିଶାରୁ ମହାକାଳ ଦର୍ଶନ ନିମନ୍ତେ ଯାଇଥିବା ୪୦ ଜଣ ଓଡ଼ିଆ ଉତ୍କଳ ଦିବସ ପାଳନ କରିଥିଲେ । ଏହି ଅବସରରେ ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗାଇଥିଲେ। ଦେଶ ଭିତରେ ଭାରତ, ରାଜ୍ୟ ଭିତରେ ଓଡ଼ିଶା, ଭାଷା ଭିତରେ ଓଡ଼ିଆ ସବୁଠୁ ବଢିଆ, ଗରବେ କୁହ ଆମେ ସବୁ ଓଡ଼ିଆ। ଏହି ବିଶେଷ ଦିନ ଆମର ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟକୁ ପାଳନ କରିବାର ଅବସର । ଆସନ୍ତୁ, ଆମେ ସମସ୍ତେ ଓଡ଼ିଶାର ଅସ୍ମିତା ଓ ସ୍ଵାଭିମାନକୁ ସୁରକ୍ଷିତ ରଖିବା ବନ୍ଦେ ଉତ୍କଳ ଜନନୀ।