ପିପିଲିରେ ନିର୍ବାଚନୀ ହିଂସା ଅଭିଯୋଗ
ପିପିଲି: ପୁରୀ ଜିଲ୍ଲା ପିପିଲିରେ ନିର୍ବାଚନୀ ହିଂସା ଅଭିଯୋଗ ହୋଇଛି। ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଜଣେ ଆହତ ହୋଇଛନ୍ତି। ଅଭିଯୁକ୍ତଙ୍କ ଗିରଫ ଦାବିରେ ରାତି ଅଧରେ ଥାନା ଘେରାଉ କଲେ ଲୋକେ। ଆହତ ବ୍ୟକ୍ତି ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।