ଯାତ୍ରୀବାହୀ ବସ ସହ ତେଲ ଟ୍ୟାଙ୍କର ଧକ୍କା; ୪ ମୃତ, ୨୦ ଆହତ

Aug 22, 2024 - 10:45
 7
ଯାତ୍ରୀବାହୀ ବସ ସହ ତେଲ ଟ୍ୟାଙ୍କର ଧକ୍କା; ୪ ମୃତ, ୨୦ ଆହତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସମରଝୋଳ ଛକରେ ଏକ ଯାତ୍ରୀବାହୀ ବସ ସହ ତେଲ ଟ୍ୟାଙ୍କର ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଟ୍ୟାଙ୍କରଟି ଏକ ଚା ଦୋକାନ ଉପରକୁ ମାଡ଼ିଯାଇଥିଲା। ଯାତ୍ରୀବାହୀ ବସ୍ ଆସିକାରୁ ବ୍ରହ୍ମପୁର ପଟକୁ ଆସୁଥିବା ବେଳେ ତେଲ ଟ୍ୟାଙ୍କରଟି ବ୍ରହ୍ମପୁରରୁ ଆସିକା ଆଡ଼କୁ ଯାଉଥିଲା। ସମର ଝୋଳ ଛକରେ ତେଲ ଟ୍ୟାଙ୍କରଟି ଏକ ଟ୍ରକକୁ ଓଭରଟେକ୍ କରି ଯିବାକୁ ଚେଷ୍ଟା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା।