ଅଗଷ୍ଟ ୨୪ରେ ଘୂର୍ଣ୍ଣିବଳୟ ସମ୍ଭାବନା

Aug 22, 2024 - 10:46
 8

ଭୁବନେଶ୍ୱର: ଅଗଷ୍ଟ ୨୪ ତାରିଖରେ ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ବାଲେଶ୍ୱର,ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ଏହି ଘୂର୍ଣ୍ଣିବଳୟ ରହିବ। ପ୍ରଭାବରେ ୨୩ ତାରିଖରୁ ଉତ୍ତର ଓଡ଼ିଶାରେ ବର୍ଷା ହେବ । ଓଡ଼ିଶା ଉପକୂଳରେ ୨୨ରୁ ୨୫ ତାରିଖ ଯାଏ ୩୫ରୁ ୪୫ କିମି ବେଗରେ ପବନ ବହିପାରେ। ମତ୍ସଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ ଦେଇଛନ୍ତି ।