ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହି ବସ୍

May 29, 2024 - 23:15
 29

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାରେ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହି ବସ୍। ଦୁର୍ଘଟଣାରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଥିବାବେଳେ ୨୦ ରୁ ଅଧିକ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ନନ୍ଦୁ ନାମକ ଯାତ୍ରୀବାହୀ ବସ୍ ଢେଙ୍କାନାଳରୁ କାଠପାଳ ଯାଇଥିବାବେଳେ ମୁହୁଲପାଳ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା।