ଜୁନ ୩ରୁ UG ଆବେଦନ

May 29, 2024 - 23:13
 70

ଭୁବନେଶ୍ୱର: ୨୦୨୪-୨୫ ଶିକ୍ଷାବର୍ଷରେ UG ନାମଲେଖା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ୍ ୩ ଅପରାହ୍ନ ୪ଟାରୁ ଅନଲାଇନ୍ ଆବେଦନ ଆରମ୍ଭ ହେବ। samsodisha.gov.inରେ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଜୁନ୍ ୧୮ରୁ ୧୯ ମଧ୍ୟରେ CAFର ତ୍ରୁଟି ସୁଧାରି ପାରିବେ। ଜୁନ୍ ୨୫ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ପ୍ରଥମ ମେରିଟ୍‌ ଲିଷ୍ଟ। ଆସନ୍ତା ୨୫ରୁ ୨୮ ଯାଏଁ Slide/Freeze/Float ଅପ୍ସନ ଚୟନ କରିପାରିବେ। ଜୁନ୍ ୨୬ରୁ ୨୯ ପର୍ଯ୍ୟନ୍ତ କଲେଜକୁ ଯାଇ ରିପୋର୍ଟ କରିବେ ଛାତ୍ରଛାତ୍ରୀ। ଜୁଲାଇ ୫ ତାରିଖ ଅପରାହ୍ନ ୪ଟାରେ ବାହାରିବ ଦ୍ବିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ଜୁଲାଇ ୫ରୁ ୮ ଯାଏଁ Slide/Freeze/Float ଅପ୍ସନ ଚୟନ କରିପାରିବେ। ଜୁଲାଇ ୬ରୁ ୯ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ରିପୋର୍ଟ କରିବେ। ଜୁଲାଇ ୧୫ ତାରିଖ ଅପରାହ୍ନ ୪ଟାରେ ବାହାରିବ ତୃତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ। ଓଡ଼ିଶାର ୩ ବିଶ୍ୱବିଦ୍ୟାଳୟ ଓ ୩ ସ୍ୱୟଂ ଶାଶିତ କଲେଜରେ ୪ ବର୍ଷିଆ ପାଠ୍ୟକ୍ରମ ରହିଛି। ଇଣ୍ଟିଗ୍ରେଟେଡ୍ ବି.ଏ, ବି.ଇଡି ଏବଂ ବି.ଏସସି ପାଇଁ ହେବ ନାମଲେଖା।