ସମାଲୋଚନାର ଜବାବ ୧ ତାରିଖରେ ଦେବେ ଓଡ଼ିଶାବାସୀ: ନବୀନ

May 29, 2024 - 23:11
 9

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାବାସୀଙ୍କୁ ନିଜ ପରିବାର ଭାବି ସେବା କରୁଛି। ତାଙ୍କ ସୁଖ ଦୁଃଖରେ ଠିଆ ହୋଇଛି। ମିଶନ ଶକ୍ତି ମା'ଙ୍କ ସଫଳତାକୁ ନେଇ ମୁଁ ଗର୍ବିତ। ଦୁଃଖର କଥା , ବାହାର ନେତା ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି। ମୋତେ ଖରାପ ଓ ଅଭଦ୍ର ଭାଷାରେ ସମାଲୋଚନା କରୁଛନ୍ତି। ମୁଁ କାହାକୁ ବ୍ୟକ୍ତିଗତ ଆକ୍ଷେପ କରିନି। ଏହାର ଜବାବ ଓଡ଼ିଶାବାସୀ ୧ ତାରିଖରେ ଦେବେ।