ଜାନୁଆରୀ ୧ରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ୱର: ଜାନୁଆରୀ ୧ ତାରିଖରେ ମେଟ୍ରୋ ପ୍ରକଳ୍ପର ହେବ ଶିଳାନ୍ୟାସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଶିଳାନ୍ୟାସ। ୪ ବର୍ଷ ପରେ ହେବ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ। ଏନେଇ ଆଜି ଭୋର୍ ସାଢେ଼ ୪ଟାରେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ତଦାରଖ କଲେ 5T ଅଦ୍ଧକ୍ଷ ଭିକେ ପାଣ୍ଡିଆନ। କଟକ ଓ ତ୍ରିଶୁଳିଆରେ ହେବାକୁ ଥିବା ପ୍ରକଳ୍ପର ସମୀକ୍ଷା କରି 5T ରେ ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ନିର୍ଦ୍ଦେଶ ଦେଲେ ପାଣ୍ଡିଆନ। କଟକ ନେତାଜୀ ଟର୍ମିନାଲ ମଧ୍ୟ ବୁଲିଲେ ପାଣ୍ଡିଆନ।