ଜନ ମଙ୍ଗଳ ରାସୋଳ ତରଫରୁ ମୋ ଗାଁ ମୋ ସମ୍ମାନ ଅଭିଯାନ ମାଧ୍ୟମରେ ଆଞ୍ଚ ଜରୁରୀକାଳୀନ ସେବା ପ୍ରଦାନକାରୀଙ୍କୁ ରାକ୍ଷୀ ବନ୍ଧନ

Sep 1, 2023 - 16:57
 38
ଜନ ମଙ୍ଗଳ ରାସୋଳ ତରଫରୁ ମୋ ଗାଁ ମୋ ସମ୍ମାନ ଅଭିଯାନ ମାଧ୍ୟମରେ ଆଞ୍ଚ ଜରୁରୀକାଳୀନ ସେବା ପ୍ରଦାନକାରୀଙ୍କୁ ରାକ୍ଷୀ ବନ୍ଧନ

ରାସୋଳ: ପବିତ୍ର ରକ୍ଷା ବନ୍ଧନ ଅବସର ରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ(ଜନ ମଙ୍ଗଳ)ରାସୋଳ ତରଫରୁ ମୋ ଗାଁ ମୋ ସମ୍ମାନ ଅଭିଯାନ ମାଧ୍ୟମରେ ଆଞ୍ଚଳିକ ସ୍ତରରେ ବିଭିନ୍ନ ଜରୁରୀକାଳୀନ ସେବା ପ୍ରଦାନକାରୀ ସରକାରୀ ଅନୁଷ୍ଠାନର କର୍ମଚାରୀ ଭାଇ ଭଉଣୀ ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ । ଶାନ୍ତି,ପ୍ରେମ,ମୈତ୍ରୀ,ଏକତା ର ସୂତ୍ର ରେ ବାନ୍ଧି ହୃଦୟ ରେ ସ୍ବତନ୍ତ୍ର ସ୍ଥାନ ଦେବା ପୂର୍ବକ ରାସୋଳ ଗ୍ରାମ ପଞ୍ଚାୟତ ର ସରପଞ୍ଚ ତଥା ସଂଗଠନ ର ଉପଦେଷ୍ଟା ଶ୍ରୀଯୁକ୍ତ ଦିବାକର ନାଏକ,ରାସୋଳ ପୋଲିସ୍ ଷ୍ଟେସନ ର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ବିଜୟ ହାଇବ୍ରୁ,ରାସୋଳ ଅଗ୍ନିଶମ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ମହେଶ୍ୱର ରାଣା,ରାସୋଳ ଫରେଷ୍ଟର,ରାସୋଳ ରାଜସ୍ୱ ଅଧିକାରୀ,ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଏବଂ ଉପସ୍ଥିତ କାର୍ଯ୍ୟରତ କର୍ମଚାରୀ ଭାଇ ଭଉଣୀ ମାନଙ୍କ ହାତ ରେ ରାକ୍ଷୀ ବାନ୍ଧି ଶୁଭ ମନାସିବା ସହିତ ଅଭିନନ୍ଦନ ଜ୍ଞାପନ କରାଯାଇଛି। ପ୍ରତିଷ୍ଠାତା ବିଭୁପ୍ରସାଦ ଶତପଥୀ ଙ୍କର ସମେତ ସଭାନେତ୍ରୀ ନିରୁପମା ମିଶ୍ର,ଉପ ସଭାନେତ୍ରୀ ପ୍ରତିମା ପାଲ,କୋଷାଧ୍ୟକ୍ଷା ନିବେଦିତା ନାୟକ,ସହ ସଂଯୋଜକ ଚନ୍ଦନ ସାହୁ,ଆଜୀବନ ସେବିକା ପ୍ରତିମା ବୈଦ୍ୟ,ମମତା ବେହେରା,ସେବିକା ରୁନୁବାଳା ଚିନରା ଭଉଣୀ ମିଳିତ ଭାବେ ରକ୍ଷା ବନ୍ଧନ ର ଏହି ସୁଖଦ ସ୍ମୃତି ସାଉଣ୍ଟି ଥିଲେ।