ମା ଆଦିଶକ୍ତି ଟ୍ରଷ୍ଟ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ହେବ ମା ଦୂର୍ଗାଙ୍କ "ଦେବୀ ଭାଗବତ"

ଭୁବନେଶ୍ୱର: ମା ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ମା ଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରଥମ କରି ଭୁବନେଶ୍ବର ରେ "ଦେବୀ ଭାଗବତ" ୧୫.୧୦.୨୩ ରୁ ୨୧.୧୦.୨୩ ପର୍ଯ୍ୟନ୍ତ କରାଯିବ। ବିଗତ ୫ ବର୍ଷ ଧରି ଟ୍ରଷ୍ଟ ପକ୍ଷରୁ ଓଡିଶା ତଥା ଭାରତ ରେ ମା ଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରୟାସ କରାଯାଉଛି। ପ୍ରତିବର୍ଷ ମଧ୍ଯ ଓଡିଶା ର ମା ଆଦିଶକ୍ତି ଙ୍କ ଭକ୍ତ ମାନଙ୍କୁ ନେଇ ଏକ ସ୍ଵତନ୍ତ୍ର ସମ୍ମିଳନୀ ଜନ୍ମାଷ୍ଟମୀ ଦିନ ଯୋଗମାୟା ଆବିର୍ଭାବ ପରେ କରାଯାଇ ଥାଏ ଏହି ବୈଠକ ରେ ସାରା ଓଡିଶା ରେ ମା ଦୁର୍ଗା ମା ଲକ୍ଷ୍ମୀ ମା କାଳୀ ଓ ସମସ୍ତ ଦେବୀ ଙ୍କ ଭକ୍ତ ଓ ପୂଜକ ମାନେ ଯୋଗଦେଇ ଭାବ ବିନିମୟ କରିବା ସହିତ ଭାଇଚାରା ବଢାଇବା ପାଇଁ ଚେଷ୍ଟା କରାଯାଇଥାଏ। ପ୍ରତି ବର୍ଷ ର ବିଭିନ୍ନ ସମୟ ରେ ଭାରତ ରେ ଅବସ୍ଥିତ ଦେବୀ ପୀଠ ପରିଦର୍ଶନ କାର୍ଯ୍ୟକ୍ରମ ମାଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ମଧ୍ଯ କରାଯାଉଛି। ଟ୍ରଷ୍ଟ ପକ୍ଷରୁ ମୁଖ୍ୟ ଉପଦେଷ୍ଟା ନିଶିକାନ୍ତ ମିଶ୍ର ଙ୍କ ଅଧ୍ୟକ୍ଷତାରେ, ମୁଖ୍ୟ ଅତିଥି ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର ଓ ଗୁରୁଜୀ ଶ୍ରୀ ପ୍ରେମାନନ୍ଦ ସରସ୍ବତୀଜୀ, ଭରତ ଅଗ୍ରୱାଲ, ଦେବାଶିଷ ସାହୁ ଓ ବିନୟ କୁମାର ନାୟକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିବେ। ଅନୁଷ୍ଠାନ ପକ୍ଷରୁ ସଭାପତି ନାରାୟଣ ମହାପାତ୍ର, ସମ୍ପାଦକ ଉମାନାଥ ମିଶ୍ର,ସହ ସମ୍ପାଦକ ମଳୟ ରଞ୍ଜନ ମହାପାତ୍ର, ଉପ ସଭାପତି ଦିଲ୍ଲୀପ ପଟ୍ଟନାୟକ, କୋଷାଧ୍ୟକ୍ଷ ବିପିନ ବିହାରୀ ସାହୁ ପ୍ରଚାର ଓ ପ୍ରସାର ପ୍ରଭାରୀ ମନୋଜ କୁମାର ରାଉଳ, ଅଫିସ ସମ୍ପାଦକ ଶ୍ରୀ ନିବାସ ରାଓ ଆଜିର ବୈଠକ ରେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ।