କାଜୁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଆଠଗଡ: କଟକ ଜିଲ୍ଲା ତିଗିରିଆ ଥାନା ନୂଆପାଟଣା କାଜୁ ଜଙ୍ଗଲରୁ ମିଳିଛି ଜଣେ ଯୁବକଙ୍କ ମୃତଦେହ। ମୃତକ ବାସୁଦେବପୁର ଗାଁର ୩୮ ବର୍ଷୀୟ କେଶରୀ ପ୍ରଧାନ । ଆଜି ସକାଳେ ନୂଆପାଟଣା କାଜୁ ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଅନଲାଇନ୍ ଗେମ୍ କୁ ନେଇ ଏଭଳି ଘଟିଥିବା ସନ୍ଦେହ କରୁଛି ପୋଲିସ।