ସକାଳ ସାଢ଼େ ୮ଟାରୁ ୩୮ ଡିଗ୍ରୀ ଛୁଇଁଲା ଓଡ଼ିଶା ତାପମାତ୍ରା
ଭୁବନେଶ୍ୱର: ଆଜି ସକାଳ ସାଢ଼େ ୮ଟାରେ ୩୮ ଡିଗ୍ରୀ ଛୁଇଁଲା ଓଡ଼ିଶା ତାପମାତ୍ରା । ୩୮ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ । ଝାରସୁଗୁଡ଼ା ଓ ସୋନପୁରରେ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ବଲାଙ୍ଗୀର ୩୬.୪ , ହୀରାକୁଦ ୩୬.୨ ଡିଗ୍ରୀ, ସମ୍ବଲପୁର ୩୬, ରାଉରକେଲାରେ ୩୫.୮ ଡିଗ୍ରୀ, ହୀରାକୁଦ ଓ ତାଳଚେରରେ ୩୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ବୌଦ୍ଧ ୩୫, ନୟାଗଡ଼ରେ ୩୪.୬,ଫୁଲବାଣୀ ଓ ଟିଟିଲାଗଡ଼ରେ ୩୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।