ଭକ୍ତମହଲ ଆଶ୍ରମ ଅଯୋଧ୍ୟା ଠାରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ବର: ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ପୂଜ୍ୟ ସତ୍ୟାନନ୍ଦ ଦାସ ମହାରାଜଙ୍କ ଦ୍ୱାରା ଭକ୍ତମହଲ ଠାରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଶୁଭ ଆରମ୍ଭ କରାଯାଇଛି।
ଅନୁଷ୍ଠାନ ପକ୍ଷରୁ ଭାରତ ତଥା ଭାରତ ବାହାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନ ରେ ଆୟୋଜିତ ହେଉଛି।
ବିଗତ ୭ ବର୍ଷ ଧରି ଏହି ପାଞ୍ଚରାତ୍ର କାର୍ଯ୍ୟକ୍ରମ କରାଯାଉଛି।
ପାଞ୍ଚରାତ୍ର କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ହେଉଛି ସ୍କନ୍ଦ ପୁରାଣ ଅନୁଯାଇ ପାଞ୍ଚ ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ସୃଷ୍ଟି, ସ୍ୱରୂପ ଲୀଳା କ୍ଷେତ୍ର ମାହାତ୍ମ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ନିମନ୍ତେ ଏକ ପ୍ରୟାସ।
ପୂଜ୍ୟ ବାବା ସଚ୍ଚିଦାନନ୍ଦ ଦାସ ମହାରାଜ ଛତିଶା ନିୟୋଗ ର ନାୟକ ଶ୍ରୀ ଜନାର୍ଦ୍ଦନ ପତଯୋଶୀ ଓ ବ୍ରଜ ବାବା ଙ୍କ ମାର୍ଗ ଦର୍ଶନ ରେ ଅଧକ୍ଷ୍ୟ ପୂଜ୍ୟ ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ମହାରାଜ, କାର୍ଯ୍ୟକାରୀ ଅଧକ୍ଷ ପୂଜ୍ୟ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ସମ୍ପାଦକ ଶ୍ରୀ ପ୍ରଭାକର ମଲ୍ଲିକ, ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ, ଉପ ସଭାପତି ବୈକୁଣ୍ଠ ମହାପାତ୍ର, ସଙ୍ଗଠନ ସମ୍ପାଦକ ଡ ନାରାୟଣ ମହାପାତ୍ର ପ୍ରମୁଖ ଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ହୋଇ ଆସୁଛି।
ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଓଡିଶା ରୁ ପ୍ରାୟ ୧୫୦ ଜଣ ଜଗନ୍ନାଥ ପ୍ରେମି ଆସିଛନ୍ତି ଏବଂ ଏହି ଅବସରରେ ପବିତ୍ର ଅଯୋଧ୍ୟା ଧାମ ରେ ପ୍ରଭୁ ଶ୍ରୀ ରାମଲାଲାଙ୍କୁ ଦର୍ଶନ କରିବେ।
ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଓଡ଼ିଆ ମଠ ଓ ଅନ୍ୟାନ୍ୟ ମଠ ର ବହୁ ସାଧୁ ଓ ସନ୍ଥ ମାନେ ମଧ୍ୟ ଯୋଗ ଦେଇଛନ୍ତି।