ଓଡ଼ିଶା ସହ ମୋର ଭାବନାତ୍ମକ ସମ୍ପର୍କ ରହିଛି: ରାଜନାଥ ସିଂ

ନବରଙ୍ଗପର: ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ନବରଙ୍ଗପରରେ ଅନୁଷ୍ଠିତ ହୋଇଥିବା ଏକ ସଭାରେ ନିଜ ବକ୍ତବ୍ୟରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ସହ ତାଙ୍କର ଭାବନାତ୍ମକ ସମ୍ପର୍କ ରହିଛି। କଂଗ୍ରେସ ସରକାର ବେଳେ ଭାରତ ସୁରକ୍ଷା ଯାତ୍ରା କରିଥିଲୁ, ଏହି ଯାତ୍ରା ମୁଁ ଓଡିଶାରୁ ଆରମ୍ଭ କରିଥିଲି। ରାଜନାଥ ସିଂ କହିଛନ୍ତି ଯେ ମୋଦୀ ସରକାର ଆସିବା ପରେ ୨୫ କୋଟି ଲୋକ ଗରିବୀରୁ ମୁକ୍ତ ହୋଇଛନ୍ତି, ୧୧ କୋଟି ଲୋକଙ୍କ ପାଇଁ ଶୌଚାଳୟ ଓ ୪ କୋଟି ଲୋକଙ୍କୁ ପକ୍କା ଘର ମିଳିଛି। ଏହା ବ୍ୟତିତ ଓଡ଼ିଶାରେ ମେଡିକାଲ କଲେଜ୍ ଓ ଇଞ୍ଜନିୟରିଂ କଲେଜ୍ ବଢ଼ିଛି । ଦଳ ପାଇଁ ୧୨ ଘଣ୍ଟା ଓ ପରିବାର ପାଇଁ ୧୨ ଘଣ୍ଟା ଦିଅନ୍ତୁ ବୋଲି କର୍ମକର୍ତ୍ତାଙ୍କୁ ଉପଦେଶ ଦେଇଛନ୍ତି ରାଜନାଥ ସିଂ। ଏହା ପରେ ସେ ବ୍ରହ୍ମପୁର ଓ ବାରିପଦା ଯିବାର କାର୍ଯ୍ୟକ୍ରମ ରହିଛି।