ଓଡ଼ିଶାରେ ଗଡ଼ିଲା ଶୁଭଦ୍ରା ସଚେତନତା ରଥ

Sep 7, 2024 - 23:27
 5
ଓଡ଼ିଶାରେ ଗଡ଼ିଲା ଶୁଭଦ୍ରା ସଚେତନତା ରଥ

ଭୁବନେଶ୍ୱର: ଓଡ଼ିଶାର ସବୁ ଜିଲ୍ଲାରେ ଗଡ଼ିଲା ଶୁଭଦ୍ରା ସଚେତନତା ରଥ। ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉତ୍ସବରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ଶେଷ ହିତାଧିକାରୀ ଯାଏଁ ଜାରି ରହିବ ଶୁଭଦ୍ରା ଯୋଜନା ପଞ୍ଜୀକରଣ। ପଞ୍ଜୀକରଣ ପାଇଁ ସମୟସୀମା ନାହିଁ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶୁଭଦ୍ରା ସରକାରୀ ଯୋଜନା ନୁହେଁ, ଏହା ଅସ୍ମିତାର ପରିଚୟ। ମହିଳାଙ୍କ ସ୍ବପ୍ନ, ଆଶା ପୂରଣ କରିବ ଶୁଭଦ୍ରା ଯୋଜନା। ସ୍ବାବଲମ୍ବୀ ହେବେ ମହିଳା।