ବଲାଙ୍ଗୀରରେ କୋଟିଏ ଟଙ୍କାର କାଠ ଜବତ
କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାରେ କୋଟିଏ ଟଙ୍କାର ଖଇର କାଠ ଓ ଟ୍ରାକ୍ଟର ଜବତ କରାଯାଇଛି। କଣ୍ଟାବାଞ୍ଜି ଅଞ୍ଚଳର ବିଭିନ୍ନ ସ୍ଥାନରେ ବନ ବିଭାଗର ଚଢ଼ଉ କରିଛନ୍ତି ବନ ବିଭାଗ କର୍ମଚାରୀ। କଣ୍ଟାବାଞ୍ଜିର ଦୁଇ ଏବଂ କାନୁଟ ଗାଁର ଏକ ବଗିଚାରେ ଚଢ଼ଉ ହୋଇଥିବା ଜଣାପଡ଼ିଛି।