ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଆରମ୍ଭ
ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେଲା ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ। ପ୍ରଥମ ଦିନରେ ଯୁବ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନୀରେ ଯୋଗଦେଲେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ କହଲେ ସେ ଟେକ୍ନୋଲୋଜି ଓ ପରମ୍ପରାକୁ ଗୁରୁତ୍ଵ ଦେଉଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ କାମରେ ଲଗାନ୍ତୁ ଯୁବବର୍ଗ। କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ରହିଛି। ବିକଶିତ ଭାରତ ପାଇଁ ଯୁବବର୍ଗଙ୍କ ଭାଗିଦାରୀ ଜରୁରୀ। ଦେଶରେ ଏବେ ୨୦ ନଗରିକରୁ ୧୩ ଜଣ ଯୁବକ। ଦେଶ ହିତରେ ଯୁବବର୍ଗଙ୍କ ଯୋଗଦାନ ଆବଶ୍ୟକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରକାଶ କରିଛନ୍ତି ଯେ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ସ୍ଵତନ୍ତ୍ର। ପ୍ରବାସୀ ଭାରତୀୟ ଆମ ସାଂସ୍କୃତିକ ରାଜଦୂତ। ତିନି ଦିନ ଭିତରେ ପ୍ରବାସୀ ଭାରତୀୟ ଆମ ସାଂସ୍କୃତି ଓ ଐତିହ୍ୟ ବିଷୟରେ ଜାଣନ୍ତୁ। ପୁରୀ, କୋଣାର୍କ, ଧଉଳି ଓ ଚିଲିକା ହ୍ରଦ ବୁଲି ଦେଖନ୍ତୁ। ରସଗୋଲା, ଛେନାପୋଡ଼ ଓ ଦାଲମାର ମଜା ନିଅନ୍ତୁ।