ନଭେମ୍ବର ୧୦ ତାରିଖରେ ବିଭିନ୍ନ ପ୍ରତିଯୋଗୀତା

Nov 4, 2024 - 20:45
 53
ନଭେମ୍ବର ୧୦ ତାରିଖରେ ବିଭିନ୍ନ ପ୍ରତିଯୋଗୀତା

ଭୁବନେଶ୍ବର: ପିକକ୍ ଶିଶୁମେଳା ପରିପ୍ରେକ୍ଷୀରେ ରାଜ୍ଯର ଅନ୍ଯତମ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ପିପୁଲସ୍‍ କଲଚରାଲ୍‍ ସେଣ୍ଟର (ପିକକ୍‍) ଦ୍ଵାରା ନଭେମ୍ବର ୧୦ ତାରିଖରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଭୁବନେଶ୍ବର ୟୁନିଟ-୩ ସ୍ଥିତ ଏକାମ୍ର ହାଟ ଠାରେ ଅନୁଷ୍ଠିତ ହେବ । ଏହିଦିନ ସକାଳ ୮ ଟା ରେ ୨ୟ ରୁ ଦ୍ଵାଦଶ ଶ୍ରେଣୀ ଚିତ୍ରାଙ୍କନ ପ୍ରତିଯୋଗୀତା; ସକାଳ ୧୧:୩୦ ରେ ସଙ୍ଗୀତ ପ୍ରତିଯୋଗିତା (୨ୟ ରୁ ଦଶମ ଶ୍ରେଣୀ); ଅପରାହ୍ନ ୩ ଟାରେ ବକ୍ତୃତା ପ୍ରତିଯୋଗୀତା (ଏକାଦଶ ଓ ଦ୍ଵାଦଶ ଶ୍ରେଣୀ) ଓ ସନ୍ଧ୍ଯା ୫ ଟାରେ ଓଡିଶୀ ନୃତ୍ୟ ପ୍ରତିଯୋଗୀତା (2ୟ ରୁ ସପ୍ତମ ଶ୍ରେଣୀ) ଅନୁଷ୍ଠିତ ହେବ । ପ୍ରତିଯୋଗୀତାରେ ଭାଗନେବା ପାଇଁ ଇଛୁକ ପ୍ରତିଯୋଗୀମାନେ ପ୍ରତିଯୋଗୀତାର ଅଧଘଣ୍ଟା ପୂର୍ବରୁ ନିଜର ନାମ ପଞ୍ଜୀକୃତ କରାଇପାରିବେ। ପ୍ରତିଯୋଗୀ ମାନଙ୍କୁ ଶ୍ରେଣୀ ଅନୁସାରେ ଶିଶୁ, ସବଜୁନିୟର, ଜୁନିୟର, ସିନିୟର ଏବଂ ସୁପର ସିନିୟର ଗୃପରେ ବିଭକ୍ତ କରାଯାଇଛି । ଅନ୍ୟ ପ୍ରତିଯୋଗୀତା ନଭେମ୍ବର ୧୪ରୁ ୨୦ ତାରିଖ ରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗୀତା ଗୁଡିକରେ ରାଜ୍ୟର ଯେକୌଣସି ସ୍ଥାନରୁ ପିଲାମାନେ ଯୋଗଦେଇ ପାରିବେ ।