ଆଜି ପବିତ୍ର ବିଜୟା ଦଶମୀ

Oct 24, 2023 - 06:15
 121
ଆଜି ପବିତ୍ର ବିଜୟା ଦଶମୀ

ଭୁବନେଶ୍ୱର: ଆଜି ପବିତ୍ର ବିଜୟା ଦଶମୀ ବା ଦଶହରା। ପୀଠ ଓ ମଣ୍ଡପରେ ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଓ ଗାଁଠୁ ସହର ସବୁଠି ଉତ୍ସାହ ପରିଲକ୍ଷିତ ହେଉଛି। ଏହି ଅବସରରେ ପୂରୀ ଶ୍ରୀମନ୍ଦିରରେ ସୁନା ବେଶରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଉଥିବାରୁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏହି ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। କଟକ ଚଉଳିଆଗଞ୍ଜ ପୂଜା ମଣ୍ଡପରେ ୧୦ ହଜାର ଲୋକଙ୍କ ପାଇଁ ଦହି ପଖାଳ ବ୍ୟବସ୍ଥା କରାଯାଇଛି।