ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ସୁନ୍ଦରଗଡ଼ ଓ କେନ୍ଦୁଝର

Mar 11, 2024 - 16:59
 47
ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ସୁନ୍ଦରଗଡ଼ ଓ କେନ୍ଦୁଝର

କୋଇଡା: ଆଜି ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ସୁନ୍ଦରଗଡ଼ ଓ କେନ୍ଦୁଝର । ଆଜି ୧୧ ଟା ୧୫ ମିନିଟରେ ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଓ ବଣାଇ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା। ତେବେ କୋଇଡା ଆକାଶରେ ରକେଟ ଯିବା ପରେ ଯେଉଁ ଧଳାର ଧୂଆଁଧାର ଦେଖାଯାଏ, ତାହା ଦେଖିବାକୁ ମିଳିଥିଲା। ସେହିପରି କେନ୍ଦୁଝର ଜିଲ୍ଲାର ପାଟନା ଓ ଆହୁରି କେତେକ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦରେ ଶୁଭିବା ପରେ ଲୋକେ ଭୟଭୀତ ହୋଇ ଘରୁ ବାହାରି ପଳାଇ ଆସିଥିଲେ।