ଜୟପୁର ଦଶହରାରଜାନଗର ଓ ଘରୋଇ ବସଷ୍ଟାଣ୍ଡରେ ବସିଲେ ମା ଦୁର୍ଗା

Oct 24, 2023 - 06:14
 42
ଜୟପୁର ଦଶହରାରଜାନଗର ଓ ଘରୋଇ ବସଷ୍ଟାଣ୍ଡରେ ବସିଲେ ମା ଦୁର୍ଗା

କୋରାପୁଟ : ଜୟପୁର ରାଜାନଗର ଓ ଘରୋଇ ବସ ଷ୍ଟାଣ୍ଡ ରେ ରବିବାର ଠାରୁ ବାସିଲେ ମା ଦୁର୍ଗା ଆଜି ଠାରୁ ମାଁ ଙ୍କ ମୁଣୟ ମୁର୍ତି ପୁଜା ଆରମ୍ଭ ହୋଇଛି । ଦଶଦିନ ଧରି ମାଁ ଏଠାରେ ପୁଜା ପାଇବେ । ପ୍ରତିପଦା ଠାରୁ ଆରମ୍ଭ ହୋଇ ଦଶମୀ ପଯ୍ୟନ୍ତ ଏଠାରେ ହୋମ ଯଜ୍ଞ ପୁଜା ଚାଲେ । ରଜାନଗର ସମ୍ମୁଖରେ ଦୀର୍ଘଦୀନ ଧରି ପାଳିତ ହୋଇ ଆସୁଥିବା ସାର୍ବଜନୀନ ଦୁର୍ଗା ପୁଜା କମିଟିର ଏକ ମୁଖ୍ୟ ବିଶେଷ୍ୱତ ହେଉଛି ଏହା ଏକ ସର୍ବ ପୁରାତନ ଦୁର୍ଗାପୁଜା ।ଲୋକଙ୍କ ମତରେ ରଜାନଗର ଦୁର୍ଗାପୁଜା ମାନେ ହିଁ ଜୟପୁର ଦଶହରା କୁ ବୁଝାଏ । ପୁର୍ବ ପ୍ରଚଳିତ ପରମ୍ପରା ଅନୁଯାଇ ଆଶ୍ୱିନ ମାସ ପ୍ରତିପଦା ତିଥିଠାରୁ ଆରମ୍ଭ କରି ବିଜୟା ଦଶମୀ ପଯ୍ୟନ୍ତ ମାଁ ଦୁର୍ଗା ଙ୍କ ଦଶହରା ପର୍ବଟି ମହା ଆଡମ୍ବର ସହକାରେ ପାଳିତ ହୋଇ ଆସୁ ଅଛି । ସବୁ ଦୁର୍ଗା ମୂର୍ତି ଅପେକ୍ଷା ରଜାନଗର ର ମୁର୍ତୀ ର ସ୍ୱତନ୍ତ୍ର ଆର୍କଷଣ ସହ ପରିଚୟ ସୃଷ୍ଟି କରିଛି । ପ୍ରତ୍ୟେକ ଦିନ ସଂନ୍ଧ୍ୟା ଅଳତି ଭୋଗ ଆଦିର ସ୍ୱତନ୍ତ୍ରତା ରହିଛି । ଆକର୍ଷଣିୟ ତୋରଣ ସହ ଆଲୋକ ର ବ୍ୟବସ୍ଥା ପୁଜା ପାଠ ହୋମ ଜାରି ରହିଛି । ସେହିପରି ଜୟପୁର ଘରୋଇ ବସ ଷ୍ଟାଣ୍ଡରେ ମୃଣୟ ମୂର୍ତିଙ୍କ ପୁଜା ରବିବାର ଆରମ୍ଭ ହୋଇଛି । ଆଜି ଠାରୁ ଦୁର୍ଗା ଙ୍କ ପୁଜ ପାଠ ହୋମ ଆଦି ଆରମ୍ଭ ହୋଇଛି । ମାଁଙ୍କୁ ବେଲ ବରଣ କରି ଆଣାଯାଇଥିଲା । ଆଜି ଠାରୁ ଦଶମି ୨୪ ତାରିଖ ପୁଜା ପାଠ, ହୋମ ଯଜ୍ଞ, ଚଣ୍ଡି ପାଠ ଆଦି ହବେ । ୨୫ ତାରିଖରେ ଭଷାଣି ହେବ ବୋଲି ଘରୋଇବସ ମାଲିକ ସଂଘ ତରଫରୁ ହେଇଛି । ଆକର୍ଷଣୀୟ ତୋରଣ ଲାଇଟ ସଜସଜ୍ୱା କରାଯାଇଛି । ଅବିଭକ୍ତ କୋରାପୁଟ ଜିଲାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି l