ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ବାର୍ତ୍ତା

Aug 14, 2023 - 17:49
 51
ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ବାର୍ତ୍ତା

ନୂଆଦିଲ୍ଲୀ : ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୫ରେ ଭାରତ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛି । ସ୍ୱାଧୀନତା ଦିବସ ପୂର୍ବ ସଂଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିଛନ୍ତି । ସେ କହିଛନ୍ତି ଯେ ସମସ୍ତ ଦେଶବାସୀ ଅମୃତ ମହୋତ୍ସବକୁ ଉତ୍ସାହର ସହ ପାଳନ କରୁଛନ୍ତି। ସମସ୍ତେ ଉତ୍ସାହର ସହ ସ୍ୱାଧୀନତା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହା ମୋତେ ମୋ ପିଲାଦିନକଥା ମଧ୍ୟ ମନେ ପକାଉଛି । ସ୍ୱାଧୀନତା ଦିବସ ଆମକୁ ମନେ ପକାଇ ଦିଏ ଯେ ଆମେ ବ୍ୟକ୍ତି ନୁହଁ, ଆମେ ବିଶ୍ୱର ସର୍ବବୃହତ ନାଗରିକ ସମ୍ପ୍ରଦାୟର ସଦସ୍ୟ-ଏକ ସର୍ବବୃହତ୍ ଓ ଜୀବନ୍ତ ସମୁଦାୟର ଅଂଶବିଶେଷ । ଉପନିବେଶ ଶାସନ ଏହାର ଅନ୍ତ ଘଟାଇବାକୁ ଚେଷ୍ଟା କରିଥିଲା । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଆମେ ସ୍ୱାଧୀନ ହୋଇଥିଲୁ। ଆମର ସ୍ୱାଧୀନତା ଆନ୍ଦୋଳନ ଅଦ୍ଭୁତ ଥିଲା । ସଂଗ୍ରାମୀମାନେ ଆମ ମହାନ ସଭ୍ୟତାର ମୂଲ୍ୟବୋଧକୁ ସେ ଲୋକଙ୍କ ପାଖରେ ପହଞ୍ଚାଇଥିଲେ। ଆମ ସ୍ୱାଧୀନତା ସଂଗ୍ରାମର ମୂଲ୍ୟବୋଧ ସତ୍ୟ ଓ ଅହିଂସାକୁ ସମଗ୍ର ବିଶ୍ୱରେ ଗ୍ରହଣ କରାଯାଇଛି ।