କଟକ ବାଲିଯାତ୍ରା ଉଦ୍ଘାଟିତ

କଟକ: ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା। ବାଲିଯାତ୍ରାକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉଦ୍ଘାଟନ ପୂର୍ବରୁ ବାଲିଯାତ୍ରା ବୁଲିଲେ ମୁଖ୍ୟମନ୍ତ୍ରୀ। ବାଲିଯାତ୍ରାରେ ଯୋଗଦେଲେ ୧୪ ଦେଶର ରାଷ୍ଟ୍ରଦୂତ। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା। ବାଲିଯାତ୍ରାରେ ୭୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ନେଇ ଆକଳନ କରିଛି ଜିଲ୍ଲା ପ୍ରଶାସନ।