ମିଶନ ଆଶ୍ରା ଅନ୍ତେବାସୀଙ୍କ ବୋଇତ ବନ୍ଦାଣ ।

Nov 16, 2024 - 03:25
 66
ମିଶନ ଆଶ୍ରା ଅନ୍ତେବାସୀଙ୍କ ବୋଇତ ବନ୍ଦାଣ ।

ଝାରସୁଗୁଡା, ତା୧୫/୧୧: ଜିଲ୍ଲା ପ୍ରଶାସନ, ଜିଲ୍ଲା ଖଣିଜ ପାଣ୍ଠି ଏବଂ ପିପୁଲସ ଫୋରମ୍ ଦ୍ବାରା ପରିଚାଳିତ ମିଶନ ଆଶ୍ରା ୧ ଓ ମିଶନ ଆଶ୍ରା ୨ ରେ ଚିକିତ୍ସିତ ହେଉଥିବା ମାନସିକ ବିକାର ଗ୍ରସ୍ତ ମହିଳା ମାନେ କେନ୍ଦ୍ର ର କର୍ମଚାରୀ ଙ୍କ ସହ ମିଶି ମିଶନ ଆଶ୍ରା ପ୍ରାଙ୍ଗଣ ରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମିଶନ ଆଶ୍ରା ର ୨ଟି କେନ୍ଦ୍ର ରୁ ୩୦ ଜଣ ଅନ୍ତେବାସିନୀ ଓ କର୍ମଚାରୀ ମାନେ ଆଜି ସକାଳେ ମିଶନ ଆଶ୍ରା ପରିସରରେ ଥିବା କୃତ୍ରିମ ପୋଖରୀ ରେ ନିଜ ହାତ ରେ ତିଆରି କରିଥିବା ଡ଼ଙ୍ଗା ଟିକୁ ପ୍ରଥମେ ଭସାଇଥିଲେ। ପରେ ମଧ୍ୟ ଅନ୍ତେବାସିନୀ ମାନେ  ନିକଟସ୍ଥ ଇବ ନଦୀ କୁ ଯାଇ "ଆ କା ମା ବୈ ପାନ ଗୁଆ ଥୋଇ" ଗୀତ କୁ ମିଳିମିଶି କରି ଗାଇ କରି ବୋଇତ କୁ ଭସାଇ ଥିଲେ। ପରେ ବୋଇତ ବନ୍ଦାଣ ସାରି ଅନ୍ତେବାସିନୀ ମାନଙ୍କୁ ନେଇ  ବ୍ରଜରାଜନଗର ସ୍ଥିତ ସାଇ ମନ୍ଦିର ଦର୍ଶନ କରି ମାନସିକ ରୋଗରୁ ସମ୍ପୂର୍ଣ ଭଲ ହୋଇ ଘରକୁ ଫେରିବାକୁ କାମନା କଲେ।