INKDEW National Litfest ପବ୍ଲିକେଶନରେ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କ କବିତା ଶୀର୍ଷକ "INDIA" ପ୍ରକାଶିତ

Oct 24, 2023 - 13:39
 7
INKDEW National Litfest ପବ୍ଲିକେଶନରେ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କ କବିତା ଶୀର୍ଷକ "INDIA" ପ୍ରକାଶିତ

କୋରାପୁଟ :ଆଜାଦି କି ଅମୃତ ମହୋତ୍ସବ ଅବସରରେ INKDEW National Litfest ପବ୍ଲିକେଶନରେ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କ କବିତା ଶୀର୍ଷକ "INDIA" ପ୍ରକାଶିତ ହୋଇଅଛି l ଏହି ପୁସ୍ତକରେ ଓଡିଶା ତଥା ଓଡିଶା ବାହାରୁ ବହୁ ଲେଖକଙ୍କ କବିତା ସମୁଦାୟ 59 ଟି ସ୍ଥାନ ପାଇଅଛି l ଏଥି ମଧ୍ୟରୁ କୋରାପୁଟର ଯୁବ ଅଧ୍ୟାପକ,କବି ତଥା ଲେଖକ ଶ୍ରୀମାନ୍ ତ୍ରିନାଥ ପଟ୍ଟନାୟକଙ୍କ କବିତା ଶୀର୍ଷକ "INDIA" ସ୍ଥାନ ପାଇଅଛି l ଏଥିପାଇଁ INKDEW National Litfest ପ୍ରକାଶନ ସଂସ୍ଥା ତରଫରୁ ସଂସ୍ଥାର ପ୍ରକାଶକ ଶ୍ରୀଯୁକ୍ତ ଡ଼.ମନୋଜ କିଶୋର ନାୟକଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତା କୋରାପୁଟର ଯୁବ ଅଧ୍ୟାପକ, କବି ତଥା ଲେଖକ ତ୍ରିନାଥ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ଏହି "GLORIOUS INDIA" ପୁସ୍ତକ ଅର୍ପଣ କରି ସମ୍ବର୍ଦ୍ଧିତ କରିଥିବା ଦେଖାଦେଇଅଛି l ଏହି ପୁସ୍ତକରେ ଶ୍ରୀମାନ୍ ତ୍ରିନାଥ ପଟ୍ଟନାୟକଙ୍କ କବିତା ସ୍ଥାନିତ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରି INKDEW National Litfest ସଂସ୍ଥାର ପ୍ରକାଶକ ଶ୍ରୀଯୁକ୍ତ ଡ଼.ମନୋଜ କିଶୋର ନାୟକଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଅଛନ୍ତି l