ସହିଦନଗର ପ୍ରିମିୟର ଲିଗ୍ ୨ ଚମ୍ପିଆନ୍ ହେଲା ସହିଦନଗର ଟାଇଟନ

Nov 4, 2024 - 20:45
 8
ସହିଦନଗର ପ୍ରିମିୟର ଲିଗ୍ ୨ ଚମ୍ପିଆନ୍ ହେଲା ସହିଦନଗର ଟାଇଟନ

ଭୁବନେଶ୍ୱର: ସହିଦନଗର ପ୍ରିମିୟମ ଲିଗ୍ ୨ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଚମ୍ପିଆନ୍ ହୋଇଛି ସହିଦନଗରର ଟାଇଟନ । ଭୁବନେଶ୍ୱର ସହିଦ ସ୍ପୋଟିଂ କ୍ରିକେଟ୍ କ୍ଲବ ଠାରେ ତିନିଦିନ ବ୍ୟାପୀ ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ମୋଟ୍ ୬ଟି ଦଳ ଭାଗ ନେଇଥିଲେ | ଏହି ଫାଇନ ମ୍ୟାଟ୍‌ରେ ରାକେଶ ମ୍ୟାନ୍ ଅଫ ଦି ମ୍ୟାଚ୍ ହୋଇଛନ୍ତି । ଆଜିର ଏହି ଉଦ୍‌ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରୁଦ୍ର ସାମନ୍ତରାୟ, ପ୍ରତିବର୍ଷ ଏହିପରି ଟୁର୍ଣ୍ଣାମେଣ୍ଟ କରିବା ପାଇଁ ଉଦ୍‌ବୋଧନ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ କୁ ସହିଦନଗରର ବିଭିନ୍ନ କ୍ଲବର ପ୍ରତିନିଧିତ୍ବ କରୁଥିବା କସୋମପଲିଟାନ୍ କ୍ଲବ ଏବଂ ପ୍ରଚେଷ୍ଠା ଟ୍ରଷ୍ଟର କର୍ମକର୍ତ୍ତାମାନେ ଯଥା ପ୍ରଚେତାମ୍ ପ୍ରୟୋଦଶ, ବିରୁ ମହାନ୍ତି, ଆନନ୍ଦ ଦ୍ଵିବେଦୀ, ଆଲୋକ ପୃଷ୍ଟି ଆୟୋଜିତ କରିଥିଲେ ।