ଫେବୃଆରୀରେ ହେବ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ

Dec 19, 2023 - 15:42
 44

ଭୁବନେଶ୍ୱର: ଫେବୃଆରୀ ମାସରେ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ନେଇ ଓଡ଼ିଶା ଐତିହ୍ୟ କ୍ୟାବିନେଟ୍ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତିନି ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ଯୋଗ ଦେବେ ଭାଷାବିତ୍ ଓ ଭାଷାପ୍ରେମୀ। ଓଡ଼ିଆ ଭାଷାର ସାରା ବିଶ୍ୱରେ ପ୍ରଚାର ପ୍ରସାର ନିମନ୍ତେ ନିଆଯାଇଛି ଏହି ପଦଷେପ।

ଓଡ଼ିଆ ଭାଷାର ଗବେଷଣା ତ୍ଵରାନିତ ହେବ। ରାଜ୍ୟ, ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ହେବ ସମ୍ମିଳନୀ।