ବାରିପଦା ସହରରେ ବାଘ

May 17, 2024 - 22:45
 56
ବାରିପଦା ସହରରେ ବାଘ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ପଶିଲା କଲରାପତରିଆ ବାଘ। ଭଞ୍ଜପୁର ଅଞ୍ଚଳରେ ବାଘ ବୁଲୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବାଘକୁ କାବୁ କରିବାକୁ ପହଞ୍ଚିଲେ ଉଦ୍ଧାରକାରୀ ଦଳ, ଜିଲ୍ଲା ଜଙ୍ଗଲ ଅଧିକାରୀ ଓ ଟ୍ରାଙ୍କୁଲାଇଜ୍ ଟିମ୍। ଶିମିଳିପାଳ ଅଭୟାରଣ୍ୟରୁ ଖାଦ୍ୟ ଅନ୍ୱେଷଣରେ ବାଘଟି ସହର ମୁହାଁ ହୋଇଛି। ଏକ ସ୍କୁଲ୍ ପାଚେରୀ ଡେଇଁ ଏହି ୫ ଫୁଟ ଲମ୍ବର ବାଘ ପଶିଯାଇଥିବା ଦେଖିଥିଲେ ସ୍ଥାନୀୟ ଲୋକେ।