ଭୁବନେଶ୍ବରରେ ପହଞ୍ଚିଲେ ହେମା ମାଳିନୀ

May 17, 2024 - 22:46
 9
ଭୁବନେଶ୍ବରରେ ପହଞ୍ଚିଲେ ହେମା ମାଳିନୀ

ଭୁବନେଶ୍ୱର: ଭୁବନେଶ୍ବରରେ ପହଞ୍ଚିଲେ ବଲିଉଡ୍ ଅଭିନେତ୍ରୀ ଓ ବିଜେପି ନେତ୍ରୀ ହେମା ମାଳିନୀ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ହେମାମାଳିନୀ ଗଣମାଧ୍ୟମରେ କହିଲେ ଯେ କେନ୍ଦ୍ରର ବିଭିନ୍ନ ଜନହିତକାରୀ ଯୋଜନା ଓଡ଼ିଶା ଲୋକଙ୍କ ନିକଟରେ ପହଞ୍ଚୁନାହିଁ। ତେଣୁ ଓଡ଼ିଶାରେ ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ଆସିବ। ସାଲିଆସାହିରେ ବିଜେପି ଜନସଭାକୁ ସମ୍ବୋଧିତ କରିବେ ହେମା ମାଳିନୀ। ଅପରାହ୍ନରେ କଟକ କିଶୋରନଗରରେ ଦଳୀୟ ସଭାରେ ଯୋଗ ଦେବେ ଓ ପରେ ପୁରୀ ଜିଲ୍ଲା ପିପିଲିରେ ରୋଡ ସୋ କରିବେ।