ଆଜି ଓଡ଼ିଶାର ୨ ସହରର ତାତି ୪୦ ଡିଗ୍ରୀ ଉପରେ
ଭୁବନେଶ୍ୱର: ଆଜି ଓଡ଼ିଶାର ୨ଟି ସହରର ତାତି ୪୦ ଡିଗ୍ରୀ ଉପରେ ରହିଛି। ଚାନ୍ଦବାଲିରେ ସର୍ବୋଚ୍ଚ ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ କରାଯାଇଛି। ନୂଆପଡାରେ ୪୦.୦ ଓ ଭୁବନେଶ୍ୱରରେ ୩୯.୫ ତାପମାତ୍ରା ରେକର୍ଡ ହୋଇଥିବା ଜଣାପଡ଼ିଛି। ତେବେ ମେ ୨୦ ଓ ୨୧ ତାରିଖରେ ରାଜ୍ୟରେ ଭୀଷଣ ତାତି ଅନୁଭୁତ ହେବା ସମ୍ଭାବନା ରହିଛି।