ସମ୍ଭାବ୍ୟ ବାତ୍ୟା ପାଇଁ ୧୨ ଟ୍ରେନ୍ ବାତିଲ
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୨ଟି ଟ୍ରେନ୍ ବାତିଲ କଲେ ଖୋର୍ଦ୍ଧା ରୋଡ଼ ଡିଆରଏମ। ଭୁବନେଶ୍ୱର, ପୁରୀ ଓ ବିଶାଖାପାଟଣାକୁ ସଂଯୋଗ କରୁଥିବା ୧୨ଟି ବାତିଲ ହୋଇଥିବା ଜଣାପଡ଼ିଛି। ଡିସେମ୍ବର ୩,୪ ଓ ୫ ତାରିଖରେ ଯାତ୍ରା କରିବାକୁ ଥିବା ଟ୍ରେନ୍ ବାତିଲ ଘୋଷଣା କରାଯାଇଛି।