ମାଟିର ମହାକବି ଶ୍ରୀ ଜୟଦେବ ଚଳଚ୍ଚିତ୍ର ର ଶୁଭ ମହୁରତ

May 18, 2024 - 22:25
 20
ମାଟିର ମହାକବି ଶ୍ରୀ ଜୟଦେବ ଚଳଚ୍ଚିତ୍ର ର ଶୁଭ ମହୁରତ

ଉତ୍କଳର ସନ୍ଥ , ସାହିତ୍ୟ ସାଧକ ଓ କବି ମାନଙ୍କ ମଧ୍ୟରେ ଚିର ନମସ୍ୟ କାନ୍ତ କୋମଳ ପଦାବଳୀ ର ସର୍ଜନା କାରୀ ଭକ୍ତକବି ଜୟଦେବ। ସେ ଉତ୍କଳ କାହିଁକି ସାରା ଭାରତ ତଥା ପୃଥିବୀର ସେ ବିଶ୍ବକବି। ତାଙ୍କ ଲେଖନୀ ନିଃସୃତ ଗୀତି କାବ୍ୟ ଗୀତଗୋବିନ୍ଦ ସଂସ୍କୃତ ଭାଷାରେ ଏକ ଅନବଦ୍ୟ ସୃଷ୍ଟି। ପବିତ୍ର ଅକ୍ଷୟ ତୃତୀୟା ଓ ଜୟଦେବଙ୍କ ଜୟନ୍ତୀ ଅବସରରେ ଜୟଦେବ ଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ର ଶୁଭ ମହୁରତ ହୋଇଯାଇଛି। ଅଭିନେତା ସମିର ତ୍ରିପାଠୀ, ସଂଗୀତଜ୍ଞ ମନୋଜ ମିଶ୍ର, ପ୍ରାଚୀ ଗବେଷକ ହଂସନାଥ ସାହୁ, ଶିଶୁ ସାହିତ୍ୟିକା ତନୟା ଦାସ୍ ଗୋସ୍ଵାମୀ, କବି ଭଗବାନ ସାହୁ, କବି ଅଭିମନ୍ୟୁ ନାଯକ,ସଞ୍ଚୟ ମାହାପାତ୍ର, କବି ଜଗନ୍ନାଥ ପାଢ଼ୀ , କବି ପୁର୍ଣ୍ଣଚନ୍ଦ୍ର ମହାରଣା , କବି ମନିଷା ମଞ୍ଜରୀ ସାହୁ , ସୁଧାକର ଜେନା, ଜ୍ୟୋସ୍ନା ନାୟକ , ପ୍ରତିଭା ନାୟକ ଓ ଅନ୍ୟମାନେ ଯୋଗ ଦେଇଥିଲେ। ଏହି ଚଳଚ୍ଚିତ୍ରର ସମସ୍ତ ଦାୟିତ୍ବ ଅନ୍ତର୍ଜାତୀୟ ସମ୍ମାନ ପ୍ରାପ୍ତ ଶେଖ୍ ଗୁଲଜାର୍ ହୁସେନ୍ ତୁଲାଉଥିବା ବେଳେ ଏଥିରେ ସମ୍ପୂର୍ଣ ସହଯୋଗ କରୁଛନ୍ତି ଭାବଗ୍ରାହୀ ଗୋଛାୟତ ଓ ବିଜୟ ମେହେର।