ଭାରତର ୧ ଲକ୍ଷ ଯୁବକଙ୍କୁ ରାଜନୀତି ସହ ଯୋଡ଼ିବା ପାଇଁ ଉଦ୍ୟମ ହେଉଛି: ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ଭାରତର ୧ ଲକ୍ଷ ଯୁବକଙ୍କୁ ରାଜନୀତି ସହ ଯୋଡ଼ିବା ପାଇଁ ଉଦ୍ୟମ ହେଉଛି। ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧନମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ଦେଶ ଗଠନରେ ଯୁବବର୍ଗଙ୍କ ବିଶେଷ ଭୂମିକା ରହିଛି। ଦେଶର ୧ ଲକ୍ଷ ଯୁବକଙ୍କୁ ରାଜନୀତି ସହ ଯୋଡ଼ିବା ପାଇଁ ଉଦ୍ୟମ ହେଉଛି। ଏହି ଯୁବକଙ୍କର ପୂର୍ବରୁ ଯେପରି ରାଜନୀତି ସହିତ କୌଣସି ସମ୍ପର୍କ ନଥିବ ମୋଦି ସୁଚନା ଦେଉଛନ୍ତି ଯେ ଭାରତରେ ଓରାଲ ହିଷ୍ଟ୍ରି ପ୍ରୋଜେକ୍ଟ ଆରମ୍ଭ ହୋଇଛି। ଏହି ପ୍ରୋଜେକ୍ଟରେ ଦେଶ ବିଭାଜନ ସମୟର ବଞ୍ଚିଥିବା ଲୋକଙ୍କ ଠାରୁ ଅନୁଭୂତି ସଂଗ୍ରହ କରାଯାଉଛି। କିଛି ଦିନ ତଳେ ଗୋଟିଏ ଗଛ ମା' ପାଇଁ ଅଭିଯାନ ଆରମ୍ଭ ହୋଇଥିଲା ଏହି ଅଭିଯାନରେ ୫ ମାସ ମଧ୍ୟରେ ୧୦୦ କୋଟି ବୃକ୍ଷରୋପଣ ହୋଇଛି। ଇନ୍ଦୋରରେ ଗଛ ଲଗାଇବାରେ ରେକର୍ଡ ସୃଷ୍ଟି କରିଛି। ୨୪ ଘଣ୍ଟାରେ ଇନ୍ଦୋରରେ ୧୨ ଲକ୍ଷ ବୃକ୍ଷ ରୋପଣ କରାଯାଇଛି ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ।