ସରକାରୀ କ୍ୱାର୍ଟର ଜବରଦଖଲ କଲେ କାର୍ଯ୍ୟାନୁଷ୍ଠାନ: ଆଇନ୍ ମନ୍ତ୍ରୀ

Nov 24, 2024 - 22:18
 4

ଭୁବନେଶ୍ୱର: ଓଡ଼ିଶାରେ ସରକାରୀ କ୍ୱାର୍ଟର ଜବରଦଖଲ କଲେ ହେବ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ବହୁ ସ୍ଥାନରେ ସରକାରୀ କ୍ୱାର୍ଟର ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଓ କେତେକ ସ୍ଥାନରେ ଜବରଦଖଲ କରାଯାଇଛି। ଅନେକ ଜାଗାରେ କ୍ୱାର୍ଟର ଗୁଡ଼ିକ ଭଡ଼ା ଦିଆଯାଇଥିବା ମଧ୍ୟ ଜଣାପଡ଼ିଛି। ଏହା ଉପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ତାଲିକା ପ୍ରସ୍ତୁତ ହେଉଛି।