ଆଜି ପବିତ୍ର ମାଘ ସପ୍ତମୀ
ଭୁବନେଶ୍ୱର: ଆଜି ପବିତ୍ର ମାଘ ସପ୍ତମୀ ଆରମ୍ଭ ହୋଇଛି। ସକାଳୁ ପୁରୀ ଜିଲ୍ଲା କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଉଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଶୃଙ୍ଖଳିତ ବୁଡ଼ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜିଠୁ ଭୁବନେଶ୍ଵରରେ ଆରମ୍ଭ ହେଉଛି ଖଣ୍ଡଗିରି ମେଳା। ମେଳାରେ ଭାରତର ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥଙ୍କ ଆଗମନ ହୋଇଛି।