୨୦୪୭ ସୁଦ୍ଧା ଭାରତ ହେବ ବିଶ୍ୱଗୁରୁ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Aug 15, 2024 - 18:06
Aug 15, 2024 - 18:07
 136
୨୦୪୭ ସୁଦ୍ଧା ଭାରତ ହେବ ବିଶ୍ୱଗୁରୁ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଆଜି ଦେଶ ପାଳୁଛି ୭୮ତମ ସ୍ବାଧିନତା ଦିବସ। ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ବାଧିନତା ଦିବସ ସମାରୋହରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉତ୍ସବରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିଛନ୍ତି। ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୪୭ ସୁଦ୍ଧା ଭାରତ ହେବ ବିଶ୍ଵଗୁରୁ। ଖୁବ୍ ଶୀଘ୍ର ଦେଶର ଅର୍ଥନୀତି ୫ ଟ୍ରିଲିଅନ ଡଲାରରେ ପହଞ୍ଚିବ। ମାଝୀ ଘୋଷଣା କରିଛନ୍ତି ଯେ ୫ ବର୍ଷରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ସବୁ ଜିଲ୍ଲାରେ ହେବ ଷ୍ଟାଡିୟମ୍।