ଆଜି ବସିବ ଓଡ଼ିଶା କ୍ୟାବିନେଟ୍ ବୈଠକ
ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବସିବ ଓଡ଼ିଶା କ୍ୟାବିନେଟ୍ ର ଗୁରୁତ୍ଵପୂର୍ଣ୍ଣ ବୈଠକ। ବିଜେପି ସରକାରର ଏହା ହେବ ପ୍ରଥମ କ୍ୟାବିନେଟ୍ ବୈଠକ। ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ। ସଂକଳ୍ପ ପତ୍ର ଆଧାରରେ ଗରିବ ଲୋକଙ୍କର ସବୁ ଦାବି ପୂରଣ ହେବ ଓ ୧୦୦ ଦିନ ଭିତରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନିଆଯିବ ବୋଲି କହିଛନ୍ତି ମାଝୀ।