୬ ମାଓବାଦୀ ଗିରଫ, ବିପୁଳ ମାଓ ସାମଗ୍ରୀ ଜବତ
ମାଲକାନଗିରି: ଓଡ଼ିଶା ଛତିଶଗଡ଼ ସୀମାରୁ ମାଓବାଦୀଙ୍କ କ୍ୟାମ୍ପ ଠାବ ହୋଇଛି। ସୁକମା ଜିଲ୍ଲାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି। ଏହା ସହ ଡିଟୋନେଟର ଓ ୟୁବିଜିଏଲ୍ ସେଲ୍ ମଧ୍ୟ ଜବତ କରାଯାଇଛି। କିଷ୍ଟରାମ ଥାନା ଡର୍ଚ୍ଚାମର୍କା ଅଂଚଳରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। କେରଲାପାଲ ଜଙ୍ଗଲରୁ ୬ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି।