ଆଜି ଲାଗୁଛି ସୂର୍ଯ୍ୟ ପରାଗ

ଭୁବନେଶ୍ୱର: ଆଜି ଲାଗୁଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ। ଗଣନା ଅନୁଯାୟୀ ଭାରତରେ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବାର ସମ୍ଭାବନା ନାହିଁ। ଏହା କାନାଡା, ଆମେରିକା ଓ ମେକ୍ସିକୋ ଭଳି ଦେଶରେ ବିଶେଷ ଭାବେ ଦେଖାଦେବ। ବିଶ୍ବର ମୋଟ୍ ୫୭ଟି ଦେଶରେ ଏହା ଦୃଶ୍ୟମାନ ହେବ। ରାତି ୯ଟା ୧୨ ମିନିଟ୍ ରେ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି। ଏହା ୨ଟା ୨୨ ମିନିଟ୍ ରେ ଶେଷ ହେବ। ସର୍ବାଧିକ ପ୍ରଭାବ ରାତି ୧୨ଟା ୪୭ ରେ ରହିବ ବୋଲି ସୂଚନା ମିଳିଛି। ଭାରତ ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ।