ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଭୁବନେଶ୍ୱର ରାମେଶ୍ୱର ମନ୍ଦିରରେ ୨୧୩ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

Apr 8, 2024 - 14:05
 39
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଭୁବନେଶ୍ୱର ରାମେଶ୍ୱର ମନ୍ଦିରରେ ୨୧୩ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର : ଆଜି ମାସର ପ୍ରଥମ ରବିବାର ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ସଭାପତି ସଞ୍ଚିତା ମହାନ୍ତିଙ୍କ ଅଧକ୍ଷ୍ୟତାରେ ଜୟଦେବ ବିହାର ରାମେଶ୍ୱର ମନ୍ଦିର ପରିସରରେ ପରିଷଦ ପକ୍ଷରୁ ୨୧୩ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଭଜନ କାର୍ଯ୍ୟକ୍ରମରେ ଭାରତୀ ଭୂଷଣ ପଟ୍ଟନାୟକ, କେ ଲଷ୍ମୀ ନାରାୟଣ ଜ୍ୟୋସ୍ନା ପଟ୍ଟନାୟକ, ସୌଦାମିନୀ ପଣ୍ଡା, ବିମ୍ବାଧର ପଣ୍ଡା ପ୍ରମୁଖ ଭଜନ ଗାଈ ଥିଲେ ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ ସ୍କନ୍ଦ ପୁରାଣ ଉପରେ ସମ୍ୟକ ସୂଚନା ସମସ୍ତଙ୍କୁ ଦେଇଥିଲେ, ପ୍ରାଧ୍ୟପକ ଡ ପ୍ରଶାନ୍ତ କୁମାର ରଥ ସ୍କନ୍ଦ ପୁରାଣ ବର୍ଣିତ ଶ୍ରୀ ଜଗନ୍ନାଥଙ୍କ ବିଷୟରେ ବହୁ ରୋଚକ ପୂର୍ଣ୍ଣ କଥା ସମସ୍ତଙ୍କୁ ଜଣାଇ ଥିଲେ । ଏହି ଅବସରରେ ଉପଦେଷ୍ଟା ବାଳକୃଷ୍ଣ ପଣ୍ଡା ଉପ ସଭାପତି ରବି ନାରାୟଣ ମହାପାତ୍ର, ନିରଞ୍ଜନ ପଣ୍ଡା, ବିଷ୍ଣୁ ମହାନ୍ତି, ସମ୍ପାଦକ ଡ଼ ନାରାୟଣ ମହାପାତ୍ର, ଯୁଗ୍ମ ସମ୍ପାଦକ ଅଜୟ ହରି ଚନ୍ଦନ,ଗୌରାଙ୍ଗ ନାୟକ, ରବୀନ୍ଦ୍ର ମହାପାତ୍ର, ଅକ୍ଷୟ ଉପାଧ୍ୟାୟ, ଅକ୍ଷୟ ସାହୁ, ତ୍ରିଲୋଚନ ନାୟକ, ବଂଶୀଧର ନାୟକ, ରବି ନାରାୟଣ କର, ଶ୍ରୀନିବାସ ରାଓ, ମନୋରଞ୍ଜନ ମହାନ୍ତି ଓ ମନ୍ଦିରର ସମସ୍ତ କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ସମସ୍ତେ ମିଶି ପ୍ରସାଦ ସେବନ କରିଥିଲେ ।