ଜଙ୍ଗଲରେ ମହିଳାଙ୍କୁ ଗୁଳିମାଡ଼

Feb 18, 2024 - 20:16
 133

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବେଡ଼ିଗୋବା ଗାଁ ନିକଟ ଜଙ୍ଗଲରେ ଜଣେ ମହିଳାଙ୍କୁ ଗୁଳିମାଡ଼ ହୋଇଛି। ତାଙ୍କ ପେଟରେ ଗୁଳି ବାଜିଛି। ଗୁରୁତର ମହିଳା ସ୍ୱପ୍ନା ସାହୁଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଖଲିପତ୍ର ତୋଳିବା ବେଳେ ମହିଳାଙ୍କୁ ଗୁଳିମାଡ଼ ହୋଇଥିଲା। ଶିକାରୀ ମାନେ ଗୁଳିମାଡ଼ କରିଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ।